Telegraph

Telegraph


🌿ଆୟୁର୍ବେଦ ଚିକିତ୍ସା ଗୃପ🌿


*👉ରକ୍ତପାତ ରୋକିବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ👈*

👇👇👇👇👇👇👇👇


*ବେଳେ ବେଳେ ଘରେ ପରିବା କାଟିବା ବେଳେ ହାତ କଟି ଯାଇଥାଏ । ସେହି କଟା ସ୍ଥାନରୁ ରକ୍ତ ଜୋରରେ ବୋହିଥାଏ । ଏହାସହିତ ରକ୍ତ ବନ୍ଦ ହେବାର ନାମ ନିଏନି । ଯେଉଁଥି ପାଇଁ ଡାକ୍ତରଖାନା ଯିବାକୁ ପଡିଥାଏ,ମାତ୍ର ଡାକ୍ତରଖାନା ଯିବା ପୂର୍ବରୁ ରକ୍ତ ବୋହିବା ବନ୍ଦ ହେବା ନିହାତି ଜରୁରୀ । ସେଥିପାଇଁ ଆପଣ ଘରେ ଥିବା ଜିନିଷକୁ ବ୍ୟବହାର କରିପାରିବେ । ଏହାଦ୍ୱାରା କେବଳ ରକ୍ତ ବୋହିବା ବନ୍ଦ ହୋଇଯାଏ ତାହା ନୁହେଁ ବରଂ କ୍ଷତ ସ୍ଥାନ ବି ବହୁତ ଶୀଘ୍ର ଶୁଖିଯାଏ ।*


*୧) 👉ଯଦି ଆପଣଙ୍କ ହାତ କଟି ଯାଇଛି ଏବଂ ରକ୍ତ ବନ୍ଦ ହେଉନି ତେବେ ହଳଦୀକୁ ଘା’ ଉପରେ ଲଗାଇ ଦିଅନ୍ତ । ତୁରନ୍ତ ରକ୍ତ ବୋହିବା ବନ୍ଦ ହୋଇଯିବ । ସବୁଠାରୁ ବଡ କଥା ହେଉଛି ଆଣ୍ଟିସେପ୍ଟିକ୍ ଭଳି କାମ କରେ ହଳଦୀ ।*


*୨) 👉ସେହିପରି ଯଦି ଛୋଟ ପିଲାମାନେ ପଡି ଯାଉଛନ୍ତି ଏବଂ ତାଙ୍କ ହାତ ଓ ଗୋଡରେ ଆଘାତ ଲାଗୁଛି ତେବେ ସେହି ସ୍ଥାନରେ ଚିନି ଲଗାଇ ଦିଅନ୍ତୁ ତୁରନ୍ତ ରକ୍ତ ବୋହିବା ବନ୍ଦ ହୋଇଯିବ । କିନ୍ତୁ ଗୋଟେ କଥା ଧ୍ୟାନ ରଖିଥିବେ ଆଘାତ ଲାଗିଥିବା ସ୍ଥାନରେ ଚିନି ଲଗାଇବାର ୧୦ ରୁ ୧୫ ମିନିଟ୍ ଭିତରେ ସେହି ସ୍ଥାନକୁ ଯେପରି ଧୋଇବାକୁ ନଭୁଲନ୍ତି ।*


*୩) 👉ମହୁ କେବଳ ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ନିବାରଣ କରେ ତାହା ନୁହେଁ ବରଂ ରକ୍ତପାତକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ । ମହୁର ଆଣ୍ଟିବ୍ୟାକ୍ଟରିଆଲ ଗୁଣ ଘା’କୁ କୌଣସି ସଂକ୍ରମଣରୁ ରକ୍ଷା କରିଥାଏ ।*

Report Page