🙏⛳📿🔥🕉️🔥📿⛳🙏

🙏⛳📿🔥🕉️🔥📿⛳🙏

*ଶ୍ରୀମଦ ଭାଗବତ ନିତ୍ୟ ପାଠ ସମୁହ*

⚜⚜ 🌴 💎 🌴⚜⚜                     

🔥 *ଶ୍ରୀକ୍ଷେତ୍ର ଦର୍ଶନ* 🔥

     *କ୍ରମାଙ୍କ-୬୩*

🙏🙏🚩🚩🕉️🚩🚩🙏🙏

 *ଆମର ସଂସ୍କୃତି ଆମର ଗୌରବ*

*ଆମର ପରମ୍ପରା ଆମର ସ୍ବାଭିମାନ*

 ✍️ ✍️✍️✍️✍️✍️✍️✍️ 

     *ଡ଼. ପୂର୍ଣଚନ୍ଦ୍ର ମିଶ୍ର*

🍀🌻☘️🌻☘️🌻☘️🌻☘️


*🙏🏻ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ପର୍ବପର୍ବାଣି🙏🏻* 


*ନବକଳେବର*


 ଚତୁର୍ଦ୍ଦଶୀ ଦିନ ନିଶାର୍ଦ୍ଧ ରେ ଅତ୍ୟନ୍ତ ଗୋପନୀୟ ଭାବରେ ମହାପ୍ରଭୁଙ୍କର ଘଟ ପରିବର୍ତ୍ତନ କାର୍ଯ୍ୟ ହୁଏ । ଉକ୍ତ କର୍ମଟି ବ୍ରହ୍ମପରିବର୍ଭନ ନୀତି ' ରୂପେ ପରିଚିତ । ବ୍ରହ୍ମପରିବର୍ତ୍ତନ ସମୟରେ ପୁରାତନ ବିଗ୍ରହ ମଧ୍ୟରେ ଥିବା ବ୍ରହ୍ମପଦାର୍ଥକୁ ନୂତନ ବିଗ୍ରହ ମଧ୍ୟରେ ସ୍ଥାପନ କରାଯାଏ । ଏହି ବ୍ରହ୍ମ ପଦାର୍ଥକୁ ବୁଦ୍ଧଦେବ ଦାନ୍ତ , ତନ୍ତ୍ରପ୍ରଭାବିତ ଅଷ୍ଟଧାତୁ ନିର୍ମିତ ପତ୍ରରେ ଯନ୍ତ୍ର , ଶ୍ରୀକୃଷ୍ଣଙ୍କ ନାଭିକମଳ , ସୁନାର ' ଶୟନଠାକୁର , ପାରଦ ଛୋଟବାକ୍ସ , ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ଵାରା ନିର୍ମିତ ଦାରୁବିଗ୍ରହଙ୍କର ଅଂଶବିଶେଷ , ପୂର୍ଣ୍ଣବ୍ରହ୍ମ ଶ୍ରୀକୃଷ୍ଣଙ୍କର ପଞ୍ଚଭୂତାମ୍ବକ ଶରୀରର ଗୋଟିଏ ମଣିବିଶେଷ , ଖଣ୍ଡିଏ ନୂତନ ପ୍ରତିଷ୍ଠିତ ଦାରୁ , ଅତିମୂଲ୍ୟବାନ ଆକର୍ଷଣୀୟ ମଣିଖଣ୍ଡ ଓ ଜୀବନ୍ତ ଶାଳଗ୍ରାମ ବୋଲି ବିଭିନ୍ନ ଗବେଷକ ମତବ୍ୟକ୍ତ କରନ୍ତି । କିନ୍ତୁ ଏହି ବ୍ରହ୍ମପଦାର୍ଥଟି ଜୀବନ୍ତ ଶାଳଗ୍ରାମ ସହିତ ବିଗ୍ରହ ନିର୍ମାଣ ସମୟରେ ପ୍ରତିଷ୍ଠିତ ଦାରୁଖଣ୍ଡ ହୋଇଥିବା ବିଶେଷ ଯୁକ୍ତିଯୁକ୍ତ ପରି ମନେହୁଏ । ଉକ୍ତ ଜୀବନ୍ତ ଶାଳଗ୍ରାମ ବା ବିଷ୍ଣୁଶିଳାର ପବିତ୍ରତା ତଥା ମହତ୍ତ୍ବ ସମ୍ବନ୍ଧରେ ବିଭିନ୍ନ ପୁରାଣରେ ଉଲ୍ଲେଖ ରହିଛି


ବ୍ରହ୍ମ ପରିବର୍ତ୍ତନ ଦିନ ସନ୍ଧ୍ୟା ପୂର୍ବରୁ ଠାକୁରଙ୍କୁ ବଡ଼ସିଂହାର ଧୂପ ଶେଷ ପରେ ମନ୍ଦିର ଶୋଧ କରାଯାଏ ଓ ଚାରିଦ୍ଵାର ବନ୍ଦ ରହେ । ମନ୍ଦିର ଭିତର ବେଢ଼ା ମଧ୍ୟରେ କେତେ ଜଣ ଦଇତା ଓ ପତି ମହାପାତ୍ରଙ୍କ ବ୍ୟତୀତ ଅନ୍ୟ କେହି ରହିବା ସଂପୂର୍ଣ୍ଣ ବାରଣ କରାଯାଇଛି । ମନ୍ଦିର ବାହାର ବେଢ଼ାରେ ଅର୍ଥାତ୍ ବାଇଶି ପାହାଚ ଉପରେ କେବଳ ଦେଉଳକରଣ ଏକୁଟିଆ ଶ୍ରୀଜଗନ୍ନାଥଙ୍କ ପାଟଖଣ୍ଡା ଧରି ଜଗି ରହନ୍ତି । ଏହି ସମୟରେ ମନ୍ଦିର ସଂପୂର୍ଣ୍ଣ ଅନ୍ଧକାର ରହେ । ମନ୍ଦିର ବେଢ଼ା ମଧସ୍ତ ସମସ୍ତ ଦେବଦେବୀଙ୍କ ଦାୟିତ୍ଵ ଦଇତାମାନେ ନେଇଥାନ୍ତି । 


ମନ୍ଦିର ଶୋଧ ହେବା ପରେ ଦଇତାମାନେ କୋଇଲି ବୈକୁଣ୍ଠକୁ ଯାଇ ବଳକାଥିବା ସମସ୍ତ ଦାରୁକୁ ସ୍ଥାୟୀ ଦାରୁଘରେ ରଖନ୍ତି । ତାପରେ ନବନିର୍ମିତ ବିଗ୍ରହ ଚତୁଷ୍ଟୟଙ୍କୁ ନିର୍ମାଣମଣ୍ଡପରୁ ପହଣ୍ଡିବିଜେ କରାଇ ଅଣସର ପିଣ୍ଡିକୁ ଆଣନ୍ତି । ନିଶାର୍ଦ୍ଧରେ ଶୁଭବେଳା ଦେଖ ପୁରାତନ ବିଗ୍ରହରୁ ବ୍ରହ୍ମପଦାର୍ଥକୁ ବାହାର କରାଯାଇ ବିଧପୂର୍ବକ ସ୍ନାନ ଓ ଷୋଡଶୋପଚାରରେ ପୂଜା କରିବା ପରେ ବ୍ରହ୍ମଦେହରେ ଜୁଇଫୁଲ , କସ୍ତୁରୀ , ଚନ୍ଦନ ଓ ନଖ ତୁଳସୀ ଆଦିଦେଇ ପତିମହାପାତ୍ର ତାହାକୁ ନୂତନ ବିଗ୍ରହ ମଧ୍ୟରେ ସ୍ଥାପନ କରନ୍ତି । ଏହି କାର୍ଯ୍ୟରେ ପତିମହାପାତ୍ରଙ୍କୁ ସାହାଯ୍ୟ କରିବା ସକାଶେ ତିନିଜଣ ଦଇତା ହାତ , ପାଦ ଓ ଆଖିକୁ ପାଟବସ୍ତଦ୍ୱାରା ଆବୃତ କରି ଅଣସର ତାଟି ବାହାରେ ଅପେକ୍ଷା କରିଥାନ୍ତି ।


            କ୍ରମଶଃ.......


🙏💓💓🕉️💓💓🙏


    *ସଂଗୃହିତ*


♦ ⚜ ☀🕉☀ ⚜ ♦



Report Page