☘️☘️🌸🌸🌼🙏🌼🌸🌸☘️☘️

☘️☘️🌸🌸🌼🙏🌼🌸🌸☘️☘️


_*👉ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ 👈*_

       

         *🦅ଚଢେଇର ପର🦅* 


*ତାରିଖ : ୦୯/୦୯/୨୦୨୦ ବୁଧବାର*

 *ଗଳ୍ପ କ୍ରମିଙ୍କ ନଂ : ୬୭*

 *ସଂଗ୍ରହ: ꧁༒💖ପବିତ୍ର 💖༒꧂*

 

 *❀꧁❀꧂❀꧁❀꧂❀꧁❀꧂❀*

 *_____________________________________*

*☘☘🌸🌼🙏❤️🙏🌼🌸☘☘*


   ✍️ *ସୋଭିଏତ୍ ଋଷର ଗୋଟିଏ ଛୋଟ ଗାଁ ଥାଏ। ସେଇ ଗାଆଁରେ ଜଣେ ଚାଷୀ ଲୋକର ତିନୋଟି ଝିଅ ଥିଲେ । ସେ ଝିଅମାନଙ୍କର ମାଆ ତ ମରିଯାଇଥିଲା । ତେଣୁ ସେହି ଝିଅମାନେ ନିଜର ବାପା ପାଖରେ ରହୁଥିଲେ । ମାଆ ମଲାଦିନୁ ଘରଯାକର ଦାୟିତ୍ୱ ସେ ସାନଝିଅ ମୁଣ୍ଡରେ । ବଡ ଦି’ ଉଉଣୀ କିନ୍ତୁ ଘରକାମରେ ମୋଟେ ମନ ଦିଅନ୍ତି ନାହିଁ । ବଡ ଦି’ ଭଉଣୀମାନେ ଖାଲି ସବୁବେଳେ ବେଶଭୂଷା ହୋଇ ଗାଁଯାକ ବୁଲୁଥାଆନ୍ତି । ତେଣୁ ସେ ସାନଝିଅଟି ଉପରେ ଚାଷୀଟି ଅତ୍ୟନ୍ତ ସୁଖୀ ଥାଏ । ତା’ପରି ଝିଅ ପାଇଥିବାରୁ ଚାଷୀଟି ନିଜକୁ ବଡ ଭାଗ୍ୟବାନ ବୋଲି ମନେ କରୁଥାଏ ।*


*ଦିନେ ସେହି ଚାଷୀଟି ଦୂର ସହରକୁ କୌଣସି ଏକ କାମରେ ବାହାରିଲା । ଯିବା ଆଗରୁ ଚାଷୀଟି ତା ବଡ ଝିଅ ଦୁହିଁଙ୍କୁ ଡାକି ପଚାରିଲା, ପିଲାଏ ମୁଁ ତୁମ ପାଇଁ କ’ଣ ଆଣିବି କୁହ । ତହୁଁ ଝିଅ ଦୁହେଁ କହିଲେ, “ବାପା! ଆମପାଇଁ ତୁମେ ଦାମିକା ତଥା ସଉକିନିଆ ପୋଷାକ ଆଣିବ ।” ତାପରେ ସାନଝିଅକୁ ମଧ୍ୟ ତା ବାପା ପଚାରିଲା, “ତୋର କ’ଣ ଦରକାର?” ସାନଝିଅଟି କହିଲା, “ମୋର କିଛି ବି ଦରକାର ନାହିଁ । ଯଦି ପାରିବ ଗୋଟିଏ ଗଣ୍ଡଭୈରବ ଚଢେଇର ପର ଆଣିବ ।”*


*ତାପରେ ଚାଷୀଟି ଯାଇ ସେହି ସହରରେ ପହଁଚିଲା । ଅଳ୍ପଦିନ ମଧ୍ୟରେ ସେ ଚାଷୀଟିର ସମସ୍ତ କାମ ସରିଯିବାରୁ ସେ ତା ଝିଅମାନଙ୍କର ବରାଦମୁତାବକ ଦାମିକା ପୋଷାକ କିଣିଲା । ମାତ୍ର ସେ ଯେତେ ବଜାର ବୁଲିଲା କେଉଁଠାରେ କେହିହେଲେ ବି ତାକୁ ସେ ଗଣ୍ଡଭୈରବ ଚଢେଇର ପର ବିଷୟରେ କିଛି କହିପାରିଲେ ନାହିଁ । ଶେଷକୁ ବୁଢାଟି ହତାଶ ମନରେ ଷ୍ଟେସନକୁ ଫେରିଆସିଲା । ତାର ସାନଝିଅଟିର ମନ କଥା ପୂରଣ ନ କରିପାରିବାରୁ ଚାଷୀଟିର ମନ ଖୁବ୍ ଦୁଃଖ ହେଉଥାଏ । ଏହି ସମୟରେ ଜଣେ ବୁଢା ବାମନ ସହିତ ଏ ଚାଷୀଟିର ହଠାତ୍ ସାକ୍ଷାତ ହେଲା । ଚାଷୀଟି ସେଇ ବାମନ ବୁଢାକୁ ପଚାରିଲା – “ମଉସା, ତୁମ ସହରରେ କେଉଁଠି ଗଣ୍ଡଭୈରବ ଚଢେଇର ପର ମିଳିବ ତା ତୁମେ ମୋତେ କହିପାରିବ?” ସଙ୍ଗେ ସଙ୍ଗେ ବାମନଟି ଟିକେ ମୁରୁକି ହସି କହିଲା, “ମୁଁ ସେ ପରଟି ଦେଇ ପାରିବି । ମାତ୍ର ମୋତେ ତୁମକୁ ଶହେଟି ମୁଦ୍ରା ଦେବାକୁ ପଡିବ ।”*


*ଏକଥା ଶୁଣି କୃଷକଟି କହିଲା, “ଯେତେ ପଇସା ହେଉ ପଛେ ମୁଁ ତା ଦେବି । ମୋତେ କିନ୍ତୁ ଏ ପରଟି ଦିଅ ।” ସେ ଚାଷୀଟି ଶହେଟି ମୁଦ୍ରା ଦେଇ ବାମନଠାରୁ ମାମୁଲି ପରଟିଏ କିଣିଲା । ଏସବୁ ଘଟଣାରୁ ସେ ଚାଷୀଟି ଆଦୌ କିଛି ବି ବୁଝି ପାରିଲା ନାହିଁ, ଏଇ ପରଟି ମୋ ସାନ ଝିଅର କେଉଁ କାମରେ ଲାଗିବ ।*


*ଘରକୁ ଫେରି ଆସିଲା ପରେ ବଡ ଦୁଇଝିଅ ବରାଦମୁତାବକ ଦାମିକା ପୋଷାକ ପାଇ ଭାରି ଖୁସି ହେଲେ । ସେ ସବୁ ପୋଷାକ ପିନ୍ଧି ପକାଇ ସେମାନେ ତୁରନ୍ତ ଗାଆଁ ବୁଲିବାକୁ ବାହାରି ପଡିଲେ ।*


*କିନ୍ତୁ ସେହି ବଡ ଦୁଇଝିଅମାନେ ଯେତେବେଳେ ସାନଭଉଣୀଟିର ମାମୁଲି ପରଟିକୁ ଦେଖିଲେ, କେବଳ ହସି ହସି ଗଡିଗଲେ । ଭାବିଲେ, ସାନଭଉଣୀର ମୁଣ୍ଡ ବୋଧେ ଖରାପ୍ ହୋଇଗଲାଣି । ବାପା ମଧ୍ୟ ସେଇ ସାମାନ୍ୟ ପରଟାକୁ ଏତେ ଟଙ୍କା ଦେଇ ତାଙ୍କ ଗେହ୍ଲା ଝିଅ ପାଇଁ କାହିଁକି ଆଣୁଥିଲେ କେଜାଣି ।*


*ଏସବୁ ଦେଖି ସାନଭଉଣୀ କାହାକୁ କିଛି କହିଲା ନାହିଁ । ସେ ତାର ଶୋଇଲା ଘରେ ପହଁଚି ମାଟିତଳେ ସେହି ପରଟି ରଖିଦେଲା । ଠିକ୍ ରାତି ଅଧବେଳକୁ ତାର ଝରକା ବାଟଦେଇ ଗୋଟିଏ ଚଢେଇ ପଶିଆସିଲା ଏବଂ ସେ ଚଢେଇଟି ଘର ଭିତରେ ଗୋଟିଏ ସୁନ୍ଦର ରାଜକୁମାରରେ ପରିଣତ ହୋଇଗଲା । ରାଜକୁମାରକୁ ପାଖରେ ପାଇ ସାନଭଉଣୀଟି ଭାରି ଖୁସୀ ହୋଇଗଲା । ଦୁଇଜଣ ବସି କେତେ ହସଖୁସି ହେଲେ । ଠିକ୍ ରାତି ପାହିଲା ପରେ ସେ ରାଜକୁମାର ଜଣକ ପୁଣି ପକ୍ଷୀ ହୋଇ ସେଠାରୁ ଉଡି ଚାଲିଗଲା ।*


*ରାତିପାହି ସକାଳ ହେଲା । ସେ ଘରକୁ ବଡ ଦୁଇଭଉଣୀ ଯେତେବେଳେ ଯାଆନ୍ତି, ସେମାନେ ଦେଖିଲେ ସେ ଘରଟି ଖାଲି ବାସନାରେ ମହକି ଉଠୁଛି । ଏହାର କାରଣ କ’ଣ ହଠାତ୍ ସେମାନେ କିଛି ବୁଝି ପାରିଲେ ନାହିଁ । ଠିକ୍ ଏତିକିବେଳେ ଟେବୁଲ୍ ଉପରେ ସେ ବଡଦୁଇଭଉଣୀଙ୍କର ଆଖି ପଡିଗଲା । କାହିଁକିନା ସେହି ଟେବୁଲ୍ ଉପରେ ଗୋଟିଏ ପାଟ ପଗଡି ଥୁଆ ହୋଇଥିଲା । ସେ ରାଜକୁମାର ଗଲାବେଳେ ସେଇଟି ନେବାକୁ ସେ ଭୁଲି ଯାଇଥିଲା । ଦୁଇ ବଡ ଭଉଣୀ ଏ ପଗଡି କାହାର ବୋଲି ପଚାରିଲେ । କିନ୍ତୁ ଏ ସାନଭଉଣୀ କାହାକୁ କିଛି ନ କହି କେବଳ ମୁରୁକି ମୁରୁକି ହସିଲା । ତେଣୁ ସେ ବଡ ଦୁଇଭଉଣୀଙ୍କ ମନରେ ଟିକେ ସନ୍ଦେହ ହେଲା ।*


*ତା’ପରଦିନ ରାତିରେ ବଡ ଦୁଇଭଉଣୀ ଜଗି ରହିଲେ । ରାତି ଅଧରେ ସେହି ଚଢେଇଟି ଝରକା ଭିତରେ ପଶି ଆସିଲା । ତାପରେ ସେ ବଡ ଭଉଣୀ ଦୁହେଁ ଦେଖିଲେ ତାଙ୍କ ସାନଭଉଣୀ ଘରେ କେଡେ ସୁନ୍ଦର ରାଜକୁମାର । ତାର ବେଶ ପୋଷାକରେ ଯେମିତି ଆଖି ଝଲସି ଉଠୁଛି । ସକାଳ ହେଲାରୁ ସେ ରାଜକୁମାର ପୁଣି ପକ୍ଷୀ ହୋଇ ସେଠାରୁ ଉଡିଗଲା । ଏଥିରେ ସେ ଦୁଇ ବଡ ଭଉଣୀଙ୍କର ଭୟଙ୍କର ରାଗ ହେଲା । ତେଣୁ ସେମାନେ ତା’ ପରଦିନ ଚୁପ୍ଚାପ୍ ସାନଭଉଣୀର ଝରକାରେ କଂଟା ଛାଟି ଦେଲେ । ରାତିରେ ଯେତେବେଳେ ରାଜକୁମାର ଚଢେଇ ରୂପରେ ଆସେ କଂଟାରେ ତାର ପର ଲାଗି ଯାଇ ତାହା ଛିଣ୍ଡଗଲା । ତହୁଁ ସେ ଚଢେଇଟି ବଡ କିଲିବିଲି ହୋଇ ସାନଭଉଣୀକୁ କହିଗଲା, ଏତେ କଷ୍ଟ ଦେଲୁ । ମୋତେ ପାଇବାକୁ ହେଲେ ତୋତେ ଲୁହା ଜୋତା ସାରିବାକୁ ହିଁ ପଡିବ ।*


*ଠିକ୍ ଏତିକିବେଳେ ସେ ସାନଭଉଣୀର ନିଦ ଚାଉଁକିନା ଭାଙ୍ଗିଗଲା । ସେ ଦେଖିଲା ତା ଝରକାରେ କଂଟା ଛଟା ହୋଇଛି । ରାଜକୁମାର ଖାଲି କଲବଲ ହୋଇ ସେଠାରୁ ଉଡି ପଳାଇଯାଉଛି । ଶେଷରେ କାନ୍ଦିବା ହିଁ ସେ ସାନ ଭଉଣୀର ସାର ହେଲା । ସେ ଠିକ୍ ବୁଝିପାରିଲା ଯେ, ଏହା ତାର ଦୁଇ ବଡଭଉଣୀମାନଙ୍କର ହିଁ କାମ । ତା’ ଆରଦିନ ସାନଭଉଣୀ ଲୁହା ଜୋତା ହଳେ ବରାଦ କରି ପିନ୍ଧିଲା ଏବଂ କାହାକୁ କିଛି ନ କହି ସେ ରାଜକୁମାରକୁ ଖୋଜି ବାହାରିଲା ।*


*ଖୋଜି ଖୋଜି ସେ ସାନଭଉଣୀ ଜଣକ କେତେ ରାଜ୍ୟ ବୁଲିଲା । ଲୁହା ଜୋତାଟି ଘାରି ହୋଇ ହୋଇ ସରିଯିବାକୁ ବସିଲା ସିନା ହେଲେ ସେ ରାଜକୁମାରର ଖବର ଆଦୌ କିଛି ବି ମିଳିଲା ନାହିଁ । ଝିଅଟି ଶେଷରେ ସାତସମୁଦ୍ର ତେର ନଈ ପାରି ହୋଇ ଗୋଟିଏ ରାଜ୍ୟରେ ପହଁଚିଲା । ଶୁଣିଲା ସେ ରାଇଜର ରାଜକୁମାରୀ କୁଆଡେ ଭାରି ଦୁଷ୍ଟ । ସେ କୋଉଠୁ ଗୋଟିଏ ରାଜକୁମାରକୁ ଧରିଆଣି ତାକୁ ବନ୍ଦୀ କରି ରଖିଛି । ରାଜକୁମାର ସବୁବେଳେ ନିଦ ଔଷଧ ଖାଇ ଶୋଇରହିଛି ।*


*ସାନଭଉଣୀ ଯାଇ ସେ ରାଜାଘରେ ଚାକିରି କଲା । ରଜାଝିଅ ତାକୁ ନାନା କାମରେ ଖଟାଇଲା । ସେଥିପାଇଁ କିନ୍ତୁ ବିଚାରୀର ଆଦୌ ଦୁଃଖ ନ ଥାଏ । ସେ ଖାଲି ଓର ଉଣ୍ଡୁଥାଏ, ଥରେ କେମିତି ସେ ରାଜକୁମାର ସହିତ ଟିକେ ସାକ୍ଷାତ କରିବ ବୋଲି । ରାଜକୁମାରୀ ସେ ସାନଭଉଣୀର ସେବାରେ ଅତ୍ୟନ୍ତ ଖୁସି ହୋଇ କହିଲା, “ତୁ କ’ଣ ମାଗୁଛୁ ମାଗ?”*


*ଝିଅଟି କହିଲା, “ମୁଁ ଟିକିଏ ସେ ରାଜକୁମାରଙ୍କୁ ଦେଖିବି । ଶୁଣିଛି ସେ ସର୍ବଦା କୁଆଡେ ଖାଲି ଶୋଇ ରହିଛନ୍ତି । ତାଙ୍କ ପରି ସୁନ୍ଦର ମଣିଷ ଏ ରାଇଜରେ ଆଉ କେହି ନାହିଁ ।” ହଠାତ୍ ରାଜକୁମାରୀ ଆଗ ପଛ କିଛି ନ ଭାବି ସେ ସାନ ଭଉଣୀକୁ ଅନୁମତି ଦେଇଦେଲା ।*


*ସାନଭଉଣୀ ରଜାପୁଅ ଶୋଇବା ଘରକୁ ଯାଇ ଦେଖିଲା ସେ ହେଉଛି ସେଇ ଯୁବକ । ସେ ଯୁବକଟି ତ ନିଘୋଡ ନିଦରେ ଶୋଇପଡିଛି । ସାନଭଉଣୀ ଯାଇ ସେ ଯୁବକ ପାଖରେ ବସିଲା । ସାନଭଉଣୀଟି ସେ ଯୁବକକୁ ଯେତେ ପ୍ରକାରେ ଡାକିଲା, ତାର ନିଦ ଆଦୌ ଭାଙ୍ଗିଲା ନାହିଁ । ଶେଷରେ ସେ ସାନଭଉଣୀଟି ଖୁବ୍ ବିକଳ ହୋଇ ଖାଲି କାନ୍ଦିବାକୁ ଲାଗିଲା । ତାର ଗରମ ଲୁହ ଯେମିତି ସେ ରଜାପୁଅ ମୁହଁରେ ପଡିଛି, ସେମିତି ସେ ରଜାପୁଅ ନିଦରୁ ଉଠିଲା ପରି ବସିପଡିଲା । ବହୁତ ଦିନ ପରେ ସେ ରଜାପୁଅ ଏ ଝିଅଟିକୁ ଦେଖି ଖୁବ୍ ଖୁସି ହୋଇଗଲା । ସେ ଜାଣିପାରିଲା ଯେ, କେବଳ ତାରି ପାଇଁ ଝିଅଟି ସତକୁ ସତ ଲୁହା ଜୋତାକୁ ଘୋସାରି ଘୋସାରି କେତେ ରାଇଜ ବୁଲିଛି । ମନେ ମନେ ସେ ରଜାପୁଅଟି ଏ ଝିଅଟିକୁ ଅନେକ ଧନ୍ୟବାଦ ଜଣାଇଲା । ଦୁହେଁଯାକ କିଛି ସମୟ ନିମନ୍ତେ ଚୁପ୍ଚାପ୍ କଥାବାର୍ତ୍ତା ହେଲେ । ରାତିରେ ଯେତେବେଳେ ସମସ୍ତେ ଶୋଇଗଲେ, ଠିକ୍ ସେତିକିବେଳେ ଘୋଡାଶାଳରୁ ଗୋଟିଏ ଘୋଡା ଫିଟାଇ ରାଜକୁମାର ସେଇ ଝିଅଟିକୁ ସାଙ୍ଗରେ ଧରି ସେ ରାଜ୍ୟ ଛାଡି ନିଜ ରାଜ୍ୟକୁ ପଳାଇ ଆସିଲା । ରାଜକୁମାର ସେ ବଡ ଦୁଇଭଉଣୀଙ୍କୁ ଧରିନେଇ ସେମାନଙ୍କୁ ଜେଲ୍ ଦେଲା । ସାନଭଉଣୀକୁ ବାହା ହୋଇ ସେ ରାଜାପୁଅ ତା ପିତା ରାଜାଙ୍କ ଅନ୍ତେ ରାଜ୍ୟଶାସନ କଲା । ତାପରେ ସମସ୍ତେ ସେ ନୂଆରାଣୀଙ୍କୁ ଅଶେଷ ଧନ୍ୟ ଧନ୍ୟ କଲେ ।*


_*ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।*_

*(ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି .....ଅପେକ୍ଷା କରିଥାଅ ସମସ୍ତେ!)*

==============================

*☘🌸🌼🙏ଶୁଭ ରାତ୍ରୀ🙏🌼🌸☘* ==============================



Report Page