☘️☘️🌸🌸🌼🙏🌼🌸🌸☘️☘️

☘️☘️🌸🌸🌼🙏🌼🌸🌸☘️☘️

 

 👉_*ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ*_👈

   👉  _*🌻"ବାଚାଳ ଶୁକପକ୍ଷୀ "   🌻*_   👈

   *◆━━━━━━━▣✦▣━━━━━━━━◆*

*ତାରିଖ : ୦୪ -୦୯-୨୦୨୦ (ଶୁକ୍ରବାର)*

*

*ଗଳ୍ପ କ୍ରମିକ ନମ୍ବର : ୧୩୧*

*

*ସଂଗ୍ରହ: ꧁༒💝ৡ ଜିତୁ ৡ💝༒꧂

 *◆━━━━━━━▣✦▣━━━━━━━━◆*

🌻☘️🌸🌼🙏✍️✒️✍️🙏🌼🌸☘️🌻

☘️☘️🌼🌼🙏✒️🙏🌼🌼☘️☘️


ଗୋଟିଏ ଗ୍ରାମରେ ରାଜାରାମ ନାମକ ଜଣେ ଜମିଦାର ଥା’ନ୍ତି । ତାଙ୍କର ବହୁତ ଗର୍ବଥାଏ ଯେ ନିଜ ଗ୍ରାମ ତଥା ପଡୋଶୀ ଗ୍ରାମମାନଙ୍କ ମଧ୍ୟରେ ତାଙ୍କପରି ବିଦ୍ୟାବୁଦ୍ଧି ଓ ସମ୍ପତ୍ତି ଆଉ କାହାର ମଧ୍ୟ ନାହିଁ । ନଗରରେ ସେ ଯାହାକିଛି ବି ନୂଆ ଦେଖନ୍ତି ତାକୁ ସେ ତୁରନ୍ତ କିଣି ପକାନ୍ତି । ଆଉ ସମସ୍ତିଙ୍କ ଆଗରେ ବଡେଇ ଦେଖେଇ ହୋଇ କୁହନ୍ତି ।


        ଦିନେ ଗ୍ରାମଦେବତାଙ୍କ ଚଉତ୍ତରାରେ ଜଣେ ବ୍ୟକ୍ତି ବସିଥିଲେ । ସେ ରାଜାରାମଙ୍କୁ ଦେଖିବା ମାତ୍ରେ କହିଲେ, “ଆପଣ ଜାଣନ୍ତିକି ଆମ ଗ୍ରାମରେ ଗୋବିନ୍ଦର ଶୁଆଟିଏ ଅଛି ସେ ବଡ ବଢିଆ କଥା କୁହେ । ଏକଥା ରାଜାରାମ ଶୁଣିବା ମାତ୍ରେ କୌତୁହଳବଶତଃ ଗୋବିନ୍ଦର ଘରେ ଯାଇ ପହଁଚିଲେ । ସେ ଯେତେ ଗୋବିନ୍ଦକୁ ଡାକିଲେ କେହି ବି କିଛି ଉତ୍ତର ଦେଲେ ନାହିଁ । ଗୋବିନ୍ଦ ତ ସେତେବେଳେ ତା’ବାରିରେ କାମ କରୁଥାଏ । ହଠାତ୍ କେଉଁଠାରୁ ଏକ ସୁନ୍ଦର କୋମଳ ମଧୁର କଣ୍ଠରେ କେହି କହିଲା, “ଘର ଭିତରକୁ ଆସନ୍ତୁ । ଗୋବିନ୍ଦ ବାଡିରେ କାମ କରୁଛନ୍ତି ।” ସେ ଭିତରକୁ ଯାଇ ଦେଖିଲେ କେହି କେଉଁଠି ନାହିଁ; କେବଳ ପିଞ୍ଜରାଟିଏ ପିଣ୍ଡାରେ ଲଟକା ହୋଇଛି ଓ ତା’ ଭିତରେ ଶୁଆଟିଏ ଅଛି । ରାଜାରାମ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । ଶୁଆଟି ପୁଣି ଥରେ ସେହି ଏକହିଁ କଥା କହିଲା । ସେତେବେଳେ ଯାଇ ସେ କଥାକୁହା ଶୁଆର କୃତିତ୍ୱ ଠିକ୍ ବୁଝିପାରିଲେ ।


ଠିକ୍ ସେତିକିବେଳେ ଗୋବିନ୍ଦ ଘର ଭିତରକୁ ଆସି ରାଜରାମଙ୍କୁ ଦେଖି କହିଲା, “ଆରେ ଆପଣ ହଠାତ୍ କିପରି ଏହି ସମୟରେ ଆସିଲେ?”


ତା’ପରେ ରାଜାରାମ ନିଜର ଆସିବାର ଉଦ୍ଧେଶ୍ୟ କହିବାକୁ ଲାଗିଲେ । “ରାସ୍ତାରେ ଯାଉଥିଲି ଜମି ଦେଖିବାକୁ, ଏକ ମଧୁର କଣ୍ଠସ୍ୱର ଶୁଣିବାକୁ ପାଇଲି । ଭିତରକୁ ଆସି ଦେଖେ ତ ତାହା ଏଇ ଶୁକପକ୍ଷୀର କଣ୍ଠ । କେଉଁଠୁ ଏଇଟି ପାଇଲ? ବଡ ସୁନ୍ଦର ଭାବରେ ମଣିଷପରି କଥା କହୁଛି ।”


ଗୋବିନ୍ଦ କହିଲା “ଦିନେ ପାହାଡ ଅଂଚଳର ଲୋକଟିଏ ଏହାକୁ ଧରି ଯାଉଥିଲା । ମାତ୍ର ପାଞ୍ଚଟଙ୍କା ଦେଇ ମୁଁ ତାହାଠାରୁ ଏହା କିଣି ଆଣିଲି । ପକ୍ଷୀମାନଙ୍କୁ କଥା କୁହା ଶିଖାଇବାରେ ମୋର ତ ବେଶ୍ ଅଭିଜ୍ଞତା ଅଛି । ତାକୁ ଭଦ୍ରକଥା ଶିଖାଇବା ବା ଗୀତ ଶିଖାଇବା ଏକ ପ୍ରକାର କଳା । ଏସବୁ ତାକୁ ତ ମୁହିଁ ଶିଖାଇଛି ।”


“ଏପରି ସୁନ୍ଦର କଥାକୁହା ଶୁଆ ବହୁତ କମ୍ ମିଳେ । ତମେ ଯଦି ଆପତ୍ତି ନକର ତେବେ ମୋତେ ଏଇଟିକୁ ହଜାରେ ଟଙ୍କାରେ ବିକିବ କି?” ଏପରି କହି ରାଜାରାମ ଗୋବିନ୍ଦକୁ ପ୍ରଲୋଭନ ଦେଖାଇଲେ ।


ଗୋବିନ୍ଦ କିନ୍ତୁ ସଙ୍ଗେସଙ୍ଗେ ମନା କରି ଦେଲା । ରାଜାରାମ ମଧ୍ୟ ଛାଡିବା ଲୋକ ନୁହଁନ୍ତି । ସେ ନାନା ପ୍ରକାର ଉପାୟରେ ଗୋବିନ୍ଦକୁ ପ୍ରଭାବିତ କରି ଶୁଆଟିକୁ ହଜାରେ ଟଙ୍କାରେ କିଣିଲେ । କିନ୍ତୁ ସପ୍ତାହେ ବିତିବା ପୂର୍ବରୁହିଁ ରାଜାରାମ ରାଗି ବିରକ୍ତ ହୋଇ ଗୋବିନ୍ଦ ପାଖରେ ଯାଇ ହାଜର । ସେ କହିଲେ “କ’ଣ ହୋଇଛି କେଜାଣି ମୁଁ ତାକୁ ନେବାର ପରଦିନଠାରୁ ହିଁ ସେ ଅଭଦ୍ର ତଥା ଅସଭ୍ୟ କଥାସବୁ କହୁଛି । ଭଦ୍ରଭାଷା ଆଦୌ କହୁନାହିଁ । କୌଣସି ସ୍ତ୍ରୀଲୋକକୁ ଦେଖିଲେ “ହେ ପୋଡାମୁହିଁ” ବୋଲି କହୁଛି । ମୋର ଜଣେ ବନ୍ଧୁଙ୍କୁ ଦେଖି ଇଏ କହିଲା, “ଏ ଶନିଗ୍ରହ କୁଆଡୁ ଆସିଲେ? କେବେ ତୁମ ଡେରା ଉଠିବ?” ଅତି ଲଜ୍ଜାକର ପରିସ୍ଥିତିରେ ପକାଉଛି । କ’ଣ କରାଯିବ?


ସବୁକଥା ଶୁଣି ଗୋବିନ୍ଦ କହିଲା, “ମୋ ଉପରେ ରାଗିଲେ କ’ଣ ହେବ । କୁହନ୍ତୁ ଏ ବିଷୟରେ ମୁଁ କ’ଣ କରିପାରେ?”


ରାଜାରାମ କହିଲେ “ତୁମ ଶୁଆ ଫେରାଇ ନିଅ ଓ ମୋ ପଇସା ମୋତେ ଫେରାଇ ଦିଅ ।”


“ମହାଶୟ, ସେପରି ତ ଆଉ ହୋଇ ପାରିବ ନାହିଁ । ମୁଁ କ’ଣ ଜବରଦସ୍ତି କରି ଆପଣଙ୍କ ପାଖରେ ବିକିଲି? କୁହାଯାଏ ଘରର ଚାଲିଚଲଣ କଥାବାର୍ତ୍ତା ଯେପରି, ଶୁଆ ଠିକ୍ ସେହିପରି ଶିଖି କହିବ । ଆପଣ କୁହନ୍ତୁ ଯେଉଁ ଶୁଆ ମର୍ଯ୍ୟାଦା, ଭଦ୍ରତା ଭୂଲି ଗଲାଣି ତାକୁ ଆଣି ମୁଁ କ’ଣ କରିବି? ଆଉ ଯଦି ଆପଣଙ୍କର ଦରକାର ନଥାଏ ତେବେ ତାକୁ ଉଡାଇ ଦିଅନ୍ତୁ ।”


ଏହା ଶୁଣି ରାଜାରାମ ରାଗରେ ପିଞ୍ଜରା ଖୋଲି ଦେଇ ଶୁଆକୁ ଉଡାଇ ଦେଲେ ଓ ପିଞ୍ଜରାକୁ ଧଡକରି ମାଟିରେ କଚାଡି ଦେଇ ସେଠାରୁ ଚାଲିଗଲେ ।


ରାଜାରାମ ଯିବାର କିଛି ସମୟ ପରେ ଗୋବିନ୍ଦର ସ୍ତ୍ରୀ ରମା ଆସି କହିଲା, “ସେ ଦୁଷ୍ଟ ଶୁଆକୁ ଛାଡି ଦେବାପରେ ସେ କୁଆଡେ ନ ଯାଇ ଏଇଠି ଆସି ବସିଛି । ଗାଳି ଦେଉଛି ତ ଦେଉଛି, ତା’ର ଶେଷ ନାହିଁ । ତାକୁ ଯେତେ ତଡିଲେ ମଧ୍ୟ ସେ ଏଠୁ ଯିବାର ନାମ ସୁଦ୍ଧା ଧରୁନାହିଁ । ସେଇଠି ସେମିତି ବସିଛି ।”


ରମାର କଥା ଶୁଣି ଗୋବିନ୍ଦ ହସି ହସି କହିଲା, “ବିଚାରା ଶୁଆକୁ କାହିଁକି ଗାଳି ଦେଉଛ? ସେ ତ ଆମର ଭାଗ୍ୟଦେବତା । ତାକୁ ସବୁଦିନେ ବାଦାମ ନଦେଲେ ସେ ଗାଳି ଦେବ । ଏହି ଗୋପନ କଥାଟି ମୁଁ ରାଜାରାମଙ୍କୁ କହି ନଥିଲି ।”


        ରମା ପଚାରିଲା “ଠିକ୍ ଅଛି । ଏବେ ତ କୁହ ତା’ର ସେ ଅସଭ୍ୟ କଥାର ସ୍ରୋତ କିପରି ବନ୍ଦ ହେବ ।”


        ତହୁଁ ଗୋବିନ୍ଦ କହିଲା “ଠିକ୍ ଅଛି । ମୁଁ ବନ୍ଦ କରି ଦେଉଛି । ଘରେ ବାଦାମ ଅଛି ତ? ସେଥିରୁ ଅଳ୍ପ ଆଣି ତାକୁ ଖୁଆଇ ଦିଅ ଦେଖିବ କି ସେ ମଧୁର କଥା କହିବ । ଯାହା ଶିଖାଇବ ସେ ଶିଖିବ ଓ ସୁନ୍ଦର ଭାବରେ କହିବ ।” ରମା ବାଦାମ ଖୁଆଇବା ପରେ ଶୁଆ ପୁଣି ପୂର୍ବପରି ମଧୁର ସ୍ୱରରେ ଭଦ୍ର କଥା କହିଲା ।


_*ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।*_

*(ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି .....ଅପେକ୍ଷା କରିଥାଅ ସମସ୍ତେ!)*

=============================

*☘🌸🌼🙏ଶୁଭ ରାତ୍ରୀ🙏🌼🌸☘*

=============================



Report Page