.     *≿━━━━༺❀༻━━━━≾*

.     *≿━━━━༺❀༻━━━━≾*

*╔════════ ∘◦ ✾ ◦∘ ═════════╗*

*🌹 ଗପଟିଏ........ 🌛ଜହ୍ନମାମୁଁ ପୃଷ୍ଠାରୁ 🌹*                  

*╚════════ ∘◦ ❈ ◦∘ ═════════╝*

     *≿━━━━༺❀༻━━━━≾*


        *🌻" ନ୍ୟାୟ ନିର୍ଣ୍ଣୟ "🌻*

      *· · • • • • • • ✤ • • • • • • · ·*  


*ତାରିଖ : ୨୩/୦୭/୨୦୨୨,ଶନିବାର !!*


🌻☘️🌸🌼🌼🙏🌼🌼🌸☘️🌻


ପୂର୍ବକାଳର କଥା । କାଶ୍ମୀରର ରାଜା ସୁକେତନ ଥିଲେ; ଶ୍ରୀନଗରସେହି ରାଜ୍ୟର ରାଜଧାନୀ ଥିଲା । ସେହି ରାଜ୍ୟର ଅନ୍ୟ ଏକନଗରୀରେ ଜଣେ ନ୍ୟାୟାଧିକାରୀ ଥିଲେ । ସେ ନ୍ୟାୟ ନିର୍ଣ୍ଣୟକରିବାରେ ଖୁବ୍ ଦକ୍ଷ ଥିଲେ । ଅଳ୍ପ ସମୟ ମଧ୍ୟରେ ତାଙ୍କରସୁଖ୍ୟାତି ଚାରି ଆଡେ ବ୍ୟାପିଗଲା । ଦେଶବିଦେଶରେ ମଧ୍ୟ ସମସ୍ତେତାଙ୍କର ନ୍ୟାୟ ନିର୍ଣ୍ଣୟ ବିଷୟରେ ପ୍ରଶଂସାରେ ଶତମୁଖ । ଦିନେରାଜା ଭାବିଲେ କି ଥରେ ଯାଇ ଏହାର ସତ୍ୟତା ବୁଝି ଆସିବେ ।


 ରାଜା ଜଣେ ସାଧାରଣ ନାଗରିକର ପୋଷାକ ପିନ୍ଧି ସେହି ନଗରକୁଗଲେ । ସେଠାରେ ପହଁଚି ସେ ନଗରର ଦ୍ୱାର ଟପି ଭିତରକୁପଶିଲେ । ସେତେବେଳେ ଜଣେ ଭିଖାରୀ ତାଙ୍କ ପାଖକୁ ଆସି କିଛିପଇସା ମାଗିଲା । ରାଜା ଘୋଡା ଉପରେ ଥାଇ ତା’ ହାତରେ କିଛିରେଜା ପଇସା ଦେଇ ଆଗେଇବାକୁ ଲାଗିଲେ । କିନ୍ତୁ ଭିଖାରୀଟିକୌଣସିମତେ ରାଜାଙ୍କୁ ଛାଡିଲା ନାହିଁ । ପୁଣି କହିଲା, “ଭିକ ଦିଅ”


 ରାଜା ପଚାରିଲେ “ଭିଖ ତ ଦେଲି; ପୁଣି କ’ଣ?”


 ଭିଖାରୀ କହିଲା “ମହାଶୟ, ଆଜି ହାଟପାଳି । ମୁଁ ଜନ୍ମରୁ ଛୋଟା,କଷ୍ଟ କରି ଚାଲେ; ହାଟ ପର୍ଯ୍ୟନ୍ତ ଯିବା ମୋପକ୍ଷେ ବଡ କଷ୍ଟ ।ମୋତେ ଟିକିଏ ଘୋଡାରେ ବସାଇ ନେଇ ଯାଆନ୍ତେ ନାହିଁ?”


“ଠିକ୍ ଅଛି । ଚଢି ବସ ।” ଏହା କହି ରାଜା ତାକୁ ଘୋଡାରେବସାଇ ଚାଲିଲେ । କିଛି ସମୟ ପରେ ହାଟ ପଡିଲା । ରାଜାକହିଲେ, “ଏହି ତ ହାଟ । ଏବେ ଓହ୍ଲାଅ ।”


ଭିଖାରୀ କହିଲା, “ପ୍ରଥମେ ତୁମେ ଓହ୍ଲାଇ ପଡ ।” ରାଜା ଭାବିଲେ,“ଛୋଟା ମଣିଷଟା ନିଜେ ଓହ୍ଲାଇ ପାରୁନାହିଁ ବୋଲି ମୋତେ ଆଗଓହ୍ଲାଇବାକୁ କହିଲା,” ଘୋଡାରୁ ଓହ୍ଲାଇ ରାଜା କହିଲେ, “ମୋ ହାତଧରି ଓହ୍ଲାଇ ପଡ ।”


ଭିଖାରୀ କହିଲା, “ମୋତେ ଓହ୍ଲାଇବା ପାଇଁ କହିବାକୁ ତମେ କିଏ?ତୁମ ଉପରେ ଦୟାକରି ମୁଁ ତୁମକୁ ଘୋଡାରେ ବସାଇଲି କ’ଣସେଥିପାଇଁ?”


ରାଜା କହିଲେ “ଘୋଡାଟି ମୋର । ମୋ ଘୋଡାରେ ଚଢିବାକୁଦେବା ପରେ ଇଏ କି ପ୍ରକାର କଥା? ପାଗଳାମୀ ଛାଡି ଓହ୍ଲାଇ ପଡ।”


ଭିଖାରୀ ମଧ୍ୟ ଦୃଢ ସ୍ୱରରେ କହିଲା, “ଘୋଡା ତ ମୋର, ତୁମକଥାରେ ମୁଁ କାହିଁକି ଓହ୍ଲାଇବି? ସେ ପ୍ରଶ୍ନ ଏବେ ଉଠୁଛି କାହିଁକି?”


ରାଜା ପଚାରିଲେ “ଏପରି ଦିନ ଦ୍ୱିପହରରେ ସମସ୍ତିଙ୍କ ସମ୍ମୁଖରେଏଭଳି ଅନ୍ୟାୟ ହେବାର ତ ମୁଁ କେବେ କେଉଁଠି ହେଲେ ବି ଦେଖିନାହିଁ; ତୁମେ କ’ଣ ଜାଣ ନାହିଁ କି ଏହି ନଗରୀରେ ଜଣେ ବଡନ୍ୟାୟାଧିକାରୀ ଅଛନ୍ତି?”


ଭିଖାରୀ କହିଲା, “ଯେତେ ବଡ ନ୍ୟାୟାଧିକାରୀ ହେଲେ ମଧ୍ୟ, ସେକହିବେ ଯେ ଛୋଟା ଲଙ୍ଗଡା ଲୋକରହିଁ ଏହି ଘୋଡାଟା; ତୁମ ପରିଜଣେ ବଳିଷ୍ଠ ଲୋକର ଘୋଡା ବା କ’ଣ ଦରକାର?”


ରାଜା କହିଲେ “ତେବେ ଚାଲ ବିଚାରାଳୟକୁ । ନ୍ୟାୟାଧିକାରୀଙ୍କରନିର୍ଣ୍ଣୟ କ’ଣ ଦେଖିବା ।”


ରାଜା ମଧ୍ୟ ଜାଣିବାକୁ ଚାହୁଁଥିଲେ କି ଏହି ଘଟଣାକୁ ନେଇନ୍ୟାୟାଧିକାରୀ କିପ୍ରକାରର ରାୟ ଦେବେ । ଏହାପରେ ରାଜା ଓସେ ଭିଖାରୀ ନ୍ୟାୟାଳୟକୁ ଗଲେ । ସେତେବେଳେ ସେଠାରେଅନ୍ୟ ଏକ ଅଭିଯୋଗ ଉପରେ ବିଚାର ଚାଲିଥାଏ । ସେଠାରେଜଣେ ଗୁମାସ୍ତା ଓ ଜଣେ ଚାଷୀଙ୍କ ମଧ୍ୟରେ କଳହ ଚାଲିଥାଏ ।ଜଣେ ଘୁଙ୍ଗା ସ୍ତ୍ରୀ ଲୋକକୁ ଦୁହେଁ ନିଜର ସ୍ତ୍ରୀ ବୋଲି କହୁଥାନ୍ତି ।ଦୁହେଁ ଭଗବାନଙ୍କ ଦ୍ୱାହି ଦେଇ ସେହି ଏକହିଁ କଥା କହୁଥା’ନ୍ତି ।


ନ୍ୟାୟାଧିକାରୀ କହିଲେ, “ସ୍ତ୍ରୀଲୋକଟିକୁ ଆମ ଘରେ ମୋ ସ୍ତ୍ରୀପାଖରେ ଯାଇ ଛାଡିଦିଅ, କାଲିକି ଯାହା ହେବ ।”


ତା’ପରେ ଜଣେ କଂସେଇ ଓ ଜଣେ ତେଲିଙ୍କ ମଧ୍ୟରେ ବିବାଦ ଲାଗିସେମାନେ ଆସିଥା’ନ୍ତି । ତେଲି କହିଲା, “ମହାଶୟ, ଏହି ଲୋକଟିମୋ ପାଖକୁ ଆସି କହିଲା, “ମୋର କିଛି ରେଜା ଆବଶ୍ୟକ ଥିଲା,ଯଦି ମୋହରଟିଏ ଭଙ୍ଗାଇ ଦେଇ ପାରିବ ତେବେ ତେଲ କିଣିବି । ମୁଁମୋର ସବୁ ରେଜା ବାହାର କରି ଗଣୁଛି, ଆଉ ଲୋକଟା ମୋହାତରୁସବୁ ପଇସା ନେଇ ଯାଇ କହୁଛି ସେ ପଇସା ତା’ର । ଏବେ ଆପଣଯାହା ବିଚାର କରିବେ ।”


 ନ୍ୟାୟାଧିକାରୀ କହିଲେ, “ଏହି ପଇସାତକ ମୋ ପାଖରେ ରଖିଘରକୁ ଯାଅ, କାଲି ଯାହା ବିଚାର ହେବ ।”


 ଏବେ ଏମାନଙ୍କର ଅଭିଯୋଗ ପରେ ଘୋଡା କଥା ପଡିଲା । ରାଜାକହିଲେ, “ମହାଶୟ, ମୁଁ ଶ୍ରୀନଗରରେ ରହେ । ହାଟରୁ କିଛି କିଣିବାପାଇଁ ଘୋଡାରେ ଚଢି ଆସିଥିଲି । ନଗର ଦ୍ୱାର ପାଖରେ ଏହିଛୋଟା ଭିଖାରୀ ଆସି ମୋତେ ଭିଖ ମାଗିଲା । ମୁଁ ତାକୁ ପଇସାଦେବା ପରେ ସେ ମୋତେ ପୁଣି ଅନୁରୋଧ କଲା କି ମୁଁ ଯେପରିତାକୁ ଘୋଡାରେ ବସାଇ ନେଇ ହାଟ ପାଖରେ ଛାଡି ଦିଏ । ହାଟପାଖରେ ପହଁଚି ଇଏତ ଘୋଡାରୁ ଓହ୍ଲାଇବାକୁ ପୁରା ନାରାଜ ।ଓହ୍ଲାଇବାକୁ କହିବାରୁ ଇଏ କହୁଛି ଯେ ଏହି ଘୋଡାଟି ତା’ରି ଘୋଡା।”


*=============================*

*☘️🌸🌼🙏  ସମାପ୍ତ  🙏🌼🌸☘️*

*=============================*

꧁ঔৣ💝©ଛାୟା©💝ঔৣ꧂


Report Page