*╔═════════════════════╗*

*╔═════════════════════╗*

 *┈┉╣☞ଆଜିର ଖବର ଉପରେ ନଜର☜╠┉┈*

         *⏰ସମୟ : ୯.୦୦ଟା*

     *ତାରିଖ : ୧୫-୦୫-୨୦୨୧, ଶନିବାର*

*╚═════════════════════╝*

*•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•*

Ranjan


*🪀ମହାରାଷ୍ଟ୍ରର ବାରାମତି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଅନ୍ତିମ ସଂସ୍କାର ବେଳେ ମୃତ ମହିଳା ଜୀବିତ ହୋଇ ଉଠି ଛିଡ଼ା ହୋଇଯିବା ଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥିବା ଜଣାପଡିଛି !!*


*🪀ପବିତ୍ର ଅକ୍ଷୟ ତୃତୀୟାରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥକାଠ ଅନୁକୂଳ !!*


*🪀ଭୟଙ୍କର ରୂପ ନେଉଛି ସାମୁଦ୍ରିକ ବାତ୍ୟା ତଉକ୍‌ତେ, ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଆଗକୁ ବଢୁଛି, ତିନି ଦିନ ଧରି ଲାଗି ରହିବ ପ୍ରବଳ ବର୍ଷା !!*


*🪀ଦିଲ୍ଲୀରେ କମୁଛି କରୋନା ସଂକ୍ରମଣ ! ୨୪ ଘଣ୍ଟାରେ ୬୪୩୦ ସଂକ୍ରମିତ ଚିହ୍ନଟ, ୧୧ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ !!*


*🪀ପ୍ରଦେଶରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ନକଲି ରେମଡେସିଭିର ଇଞ୍ଜେକ୍ସନ ନେଇ କରୋନାକୁ ମାତ୍‌ ଦେଲେ ୯୦ ପ୍ରତିଶତ ରୋଗୀ, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦୋଛକିରେ ପୋଲିସ !!*


*🪀କରୋନା ସ୍ଥିତି ଏବଂ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ଘରେ ଘରେ ଯାଇ ଟେଷ୍ଟିଂ କରିବାକୁ ଦେଲେ ନିର୍ଦ୍ଦେଶ !!*


*🪀ଆଇପିଏଲ୍‌ ଖେଳିଥିବା ଇଂଲଣ୍ଡର ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସ୍ଥାନ ମିଳିବା ମୁସ୍କିଲ। କାରଣ ବୋର୍ଡ ବିନା ଅଭ୍ୟାସ୍‌ରେ ଖେଳାଳିଙ୍କୁ ସିଧାସଳଖ ଟେଷ୍ଟ ଖେଳାଇବାକୁ ଚାହୁଁନାହିଁ !!*


*🪀ମାଲକାନଗିରି ଜିଲ୍ଲା ମୋଟୁ ସୀମାନ୍ତ ଚେକ୍‌ପୋଷ୍ଟ ପରିଦର୍ଶନ କଲେ ଡିଜିପି, କୋଭିଡ୍ ଓ ମାଓ ସମସ୍ୟା ସମ୍ପର୍କିତ ସ୍ଥିତିର କଲେ ସମୀକ୍ଷା !!*


*🪀ମେ ୧୭ରେ ଶିକ୍ଷା ସଚିବମାନଙ୍କ ବୈଠକ ଡାକିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ, CBSE ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ହୋଇପାରେ ନିଷ୍ପତ୍ତି !!*


*🪀ଗଞ୍ଜାମ ଜିଲ୍ଲାରେ ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ, ରିପୋର୍ଟ ପଜିଟିଭ୍ ଆସିଲେ ମିଳିବନି ଅନୁମତି !!*


*🪀ଫରୁଖାବାଦ ମହମ୍ମଦାବାଦ କସ୍ୱାରେ ଗତ କିଛିଦିନ ହେବ ଅଜଣା ଜ୍ୱର ଆତଙ୍କ ଦେଖାଦେଇଛି । ଫଳରେ ୧୩ ଦିନରେ ପାଖାପାଖି ୪୩ ଜଣଙ୍କ ଜୀବନ ଗଲାଣି । ତେବେ ଖବର ପାଇବା ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି !!*


*🪀କରୋନାକୁ ମାତ୍ ଦେବାକୁ କେଜରିଓ୍ୱାଲଙ୍କ ନୂଆ ପ୍ଲାନ୍ ; ଦିଲ୍ଲୀରେ ଆରମ୍ଭ ହେବ ଅକ୍ସିଜେନ୍ ବ୍ୟାଙ୍କ !!*


*🪀ବ୍ରେକ୍ ଦ ଚେନ୍ ; କାଲିଠୁ ମେ ୩୦ ଯାଏଁ ବେଙ୍ଗଲରେ ଲକଡାଉନ୍, ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ କଲେଜ ବନ୍ଦ !!*


*🪀ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ବିଏମସିର ସ୍ଵତନ୍ତ୍ର ବ୍ୟବସ୍ଥା ;ଲକ୍ଷଣ ଦେଖା ଦେଲେ ଘରୁ ଯାଇ ନମୂନା ସଂଗ୍ରହ କରାଯିବ, ଟିକା କେନ୍ଦ୍ରକୁ ନେବା ଆଣିବା କରିବ ଭ୍ୟାନ୍ !!*


*🪀ମାଲାୟାଲମ୍‌ର ପ୍ରସିଦ୍ଧ ଅଭିନେତା ପିସି ଜର୍ଜଙ୍କ ପରଲୋକ, ପୋଲିସ ଚାକିରୀରୁ ଅବସର ନେବାପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ !!*


*🪀କରୋନା ସଂକ୍ରମଣ ଭୟରେ ପାଖ ମାଡିଲେନି ସାହି ପଡିସା କି ଗାଁ ଲୋକେ । କେଇ ଘଣ୍ଟା ବ୍ୟବଧାନରେ ଚାଲିଗଲା ଗୋଟିଏ ପରିବାର ଦୁଇଟି ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଧର୍ମରାୟପୁର ଗାଁରେ !!*


*🪀ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥ ଅନୁକୂଳ ଓ ଚନ୍ଦନ ଯାତ୍ରା ନୀତି ସମ୍ପନ !!*


*🪀କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପିଏସଏ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଣ୍ଟ ବ୍ୟବସ୍ଥା କରିବାକୁ ଏହି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ !!*


*🪀ବ୍ରହ୍ମପୁରରେ ଘର ଘର ବୁଲି ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା, ଜିଲ୍ଲାପାଳଙ୍କ ଘୋଷଣା !!*


*🪀ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରେ ବ୍ୟାପିଲାଣି କରୋନା ସଂକ୍ରମଣ । ଝାରସୁଗୁଡ଼ା ଉପ-କାରାଗାରରେ ୬୮ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଆଇସୋଲେସନ୍‌ ଓ୍ୱାର୍ଡରେ ରଖାଯାଇଛି !!*


*🪀ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଅସୀମ ବନ୍ଦୋପାଧ୍ୟାୟଙ୍କ କରୋନାରେ ପରଲୋକ !!*


*🪀ଥରେ କୋଭିଡ୍ ପଜିଟିଭ୍ ହେଲେ ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ୍ । କରୋନା ଭାଇରସ୍‌ରେ ସଂକ୍ରମିତ ଥିବା ଟିମ୍‌ ଇଣ୍ଡିଆ ତଥା ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଦ୍ଧିମାନ ଶାହଙ୍କ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି !!*


*🪀ସଫଳ ହେଲା ଡ୍ରାଗନର ମଙ୍ଗଳ ମିଶନ, ଲାଲ୍ ଗ୍ରହରେ ପାଦ ଦେଲା ଚାଇନା ସ୍ପେସକ୍ରାଫ୍ଟ Tianwen-1 !!*


*🪀ଦେଶରେ ଏପର୍ଯ୍ୟନ୍ତ ୧୮ କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି କୋଭିଡ ଟିକା । ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁଯାୟୀ ଶୁକ୍ରବାର ରାତି ଆଠଟା ଯାଏଁ ଦେଶରେ ଆଣ୍ଟି କୋଭିଡ ଡୋଜ୍ ମୋଟ ୧୮ କୋଟି ୦୪ ଲକ୍ଷ ୨୯ ହଜାର ୨୬୧ ଜଣ ନେଇଛନ୍ତି !!*


*🪀ମୁକ୍ତ ହେବେ କଏଦୀ । ଜାମିନ୍‌ ସତ୍ତ୍ୱେ ରାଜ୍ୟରେ ବିଭିନ୍ନ ଜେଲ୍‌ରୁ ବାହାରି ପାରୁନଥିବା ୪୭୦ କଏଦୀ ଏବେ ମୁକ୍ତ ହେବେ । ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଛଡାଯିବ । ଏ ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି !!*


*🪀ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ବଙ୍ଗୋମୁଣ୍ଡା ସତନାମୀ ପଡାରେ ଘଟିଛି ହତ୍ୟାକାଣ୍ଡି । ପାରିବାହିକ କଲହ ଯୋଗୁଁ ହତ୍ୟାକାଣ୍ଡ ହୋଇଥିବା ସୁଚନା ମିଳିଛି । ମୃତକ ପୁଷ୍ପଲତା ସତନାମୀ । ବଙ୍ଗୋମୁଣ୍ଡା ପୋଲିସର ତଦନ୍ତ ଆରମ୍ଭ !!*


*🪀ଭାରତରେ ପ୍ରଥମ ଘଟଣା । ଆସାମରେ ଆରମ୍ଭ ହେଲା କିନ୍ନରଙ୍କ ଟିକାକରଣ । ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଏକ ଆଶ୍ରୟ ଗୃହରେ ଏକ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି !!*


*🪀ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଶା କ୍ରିକେଟ ଦଳର ପ୍ରତିଭାବାନ ଖେଳାଳି ଅରବିନ୍ଦ ସିଂ । କେନ୍ଦ୍ରାପଡା ଜିଲ୍ଲା ଗୋଲରାହାଟ ଅଞ୍ଚଳର ପ୍ରଶାନ୍ତ କୁମାର ସିଂ ଓ ସ୍ୱର୍ଣ୍ଣଲତା ସିଂଙ୍କ ବଡ ଝିଅ ସମୀକ୍ଷା (କୁନ୍‌ମୁନ୍‌)ଙ୍କ ହାତ ଧରିଛନ୍ତି ଅରବିନ୍ଦ !!*


*🪀ଜୀବନ ଚିନ୍ତାରେ ଦେଶ ଛାଡ଼ି ଚାଲିଯିବାକୁ ବସିଛନ୍ତି ଧନୀକ, ବିଦେଶରେ କରିବେ ନୂଆ ଘର; ଭିସା-ପାସପୋର୍ଟ ପାଇଁ ଇନକ୍ବାରୀ ବଢ଼ିଛି ୪୦ ପ୍ରତିଶତ !!*


*🪀ବାତିଲ ହେବ ସିବିଏସଇ ଦ୍ୱାଦଶ ପରୀକ୍ଷା ! ଜୁନରେ ନିଆଯାଇପାରେ ଚୂଡାନ୍ତ ନିଷ୍ପତ୍ତି !!*


*🪀ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୦୫ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଥିବା ବେଳେ ମୋଟ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦୪୯୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୧୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୧୯୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି !!*


*🪀ଦେଶରେ ଆସନ୍ତା ସପ୍ତାହରୁ ବଜାରରେ ଉପଲବ୍ଧ ହେବ DRDOର କରୋନା ଔଷଧ ; ଶୀଘ୍ର ସୁସ୍ଥ ହେବେ ରୋଗୀ !!*


*🪀ଠିକ୍ ସମୟରେ ହେବ ବର୍ଷା । ଚାଷୀ କୂଳ ପାଇଁ ଭଲ ଖବର । ଧୋକା ଦେବନି ମୌସୁମୀ । ଠିକ୍‌ ତିଥିରେ ପାଦ ଥୋଇବ ଓଡ଼ିଶା ମାଟିରେ । ସମ୍ଭବତଃ ଜୁନ୍‌ ୧୦ରୁ ୧୨ ତାରିଖ ଭିତରେ ମୌସୁମୀ ପହଞ୍ଚିବ !!*


*🪀କରୋନାର ୨ୟ ଲହରୀ ଚିନ୍ତାଜନକ ରହିଛି । ଏସବୁ ଭିତରେ ଆଜି ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ଟିକାକରଣ ବନ୍ଦ ରହିଛି । ଭ୍ୟାକ୍‌ସିନ୍‌ର ଅଭାବକୁ ଦୃଷ୍ଟିରେ ରଖି ଟିକାକରଣ ବନ୍ଦ ରହିଛି !!*


*🪀କରୋନା ନେଲା ଜୀବନ; ପରଲୋକରେ ସହିଦ ଭଗତ ସିଂହଙ୍କ ପୁତୁରା !!*


*🪀ରାଜ୍ୟରେ ଆଜି ୧୦ ହଜାର ୭୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୦୫ ଆକ୍ରାନ୍ତ ଅଛନ୍ତି !!*


*🪀ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷର ଅବସାନ ପାଇଁ ରବିବାର ବସୁଛି ନିରାପତ୍ତା ପରିଷଦର ଜରୁରୀ ବୈଠକ !!*

*<==========================>*

        **⭕🦋ଶୁଭ ରାତ୍ରି🦋⭕**

*<==========================>*

Report Page